logo

ବିବାହ ବାର୍ଷିକରେ ଦୁଇ ଦମ୍ପତ୍ତିଙ୍କ ବୃକ୍ଷ ରୋପଣ ମହନୀୟ କାର୍ଯ୍ୟ ସଂପାଦନ ତା୨୯/୪/୨୪(ସୋମବାର)

ବିବାହ ବାର୍ଷିକରେ ଦୁଇ ଦମ୍ପତ୍ତିଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଦାମନଯୋଡି:-(ନି.ପ୍ର)୨୯/୪ ନାଲକୋ ଦାମନଯୋଡି ମାଇନ୍ସରେ କାର୍ଯ୍ୟରତ ସଚେତନ ଭିତ୍ତିକ କବି ଦେବେନ୍ଦ୍ର କୁମାର ରାଜୁ,ସହଧର୍ମିଣୀ ସଂନ୍ଧ୍ଯାରାଣୀ ରାଜୁ, ଓ ଜିତେନ୍ଦ୍ର କୁମାର ଡାକୁଆ, ସହଧର୍ମିଣୀ ମଧୁସ୍ମିତା ଡାକୁଆ ସେମାନଙ୍କ ବିବାହ ବାର୍ଷିକ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ ।ସେକ୍ଟର ଏକସ୍ଥିତ ଖୋଲା ପ୍ରାନ୍ତରରେ ଆମ୍ବ,ଜାମୁ,ଲିମ୍ବ,ଲିଚୁ,ଅଅଁଳାଗଛ ଆଦି ରୋପଣ କରି ସମାଜକୁ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ।ଆଗ ଗଛ, ଆଉ ସବୁ ପଛ ।ପୃଥିବୀ ରହିଲେ ସବୁଜ ସୁନ୍ଦର, ପ୍ରଦୁଷଣ ପାଇଁ ନଥିବ ଡର ।ବୃକ୍ଷ ରୋପଣ ପରି ମହନୀୟ କାର୍ଯ୍ୟକ୍ରମ ଆବାଳବୃଦ୍ଧବନିତା କରିବାର ସମୟ ଆସିଛି ।ଏହି ଭଳି ମହନୀୟ ବାର୍ତ୍ତା ଦେଇ ଦୁଇ ଦମ୍ପତ୍ତି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।ଆଇନଜୀବୀ ରମେଶ ଚନ୍ଦ୍ର ଦାଶ, ନଳିନୀକାନ୍ତ ସେନାପତି,ଡଃ ଅଶୋକ କୁମାର ମହାନ୍ତି,ସୁଦର୍ଶନ ସେନାପତି,ସମୀର କୁମାର ଭୂୟାଁ,ମାନସ କୁମାର ସ୍ବାଇଁ,ସାନ୍ତନୁ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ଦୁଇ ଦମ୍ପତ୍ତିଙ୍କ ଏହି ବୃକ୍ଷ ରୋପଣ ମହନୀୟ କାର୍ଯ୍ୟକ୍ରମକୁ ଉଦଘାଟନ ଓ ଉତ୍ସାହିତ କରିଥିଲେ ।

79
2523 views